ଶ୍ରମିକ ମାନଙ୍କ NREGA ଜବ କାର୍ଡ, ବ୍ୟାଙ୍କ ପାସ୍ ବୁକ୍, ATM କାର୍ଡ ଗାଁ ସାଥୀ କବ୍ଜା ରେ!!!
------------------------------------
ସଦର ବ୍ଲକ ଅନ୍ତର୍ଗତ ବାଦଳି ଗ୍ରାମ ର ସମସ୍ତ NREGA ଶ୍ରମିକ ମାନଙ୍କ ଜବ କାର୍ଡ, ବ୍ୟାଙ୍କ୍ ପାସବୁକ୍, ଓ ATM କାର୍ଡ ଗାଁ ସାଥୀ ପାଖରେ ରହିଛି ବୋଲି ଅଭିଯୋଗ ହେଉଛି । କୁଆଡ଼େ ଶ୍ରମିକ ମାନଙ୍କ ଜବ କାର୍ଡ ରେ ମିଥ୍ୟା ଭାଉଚର କରି ଶ୍ରମିକ ମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ ରେ ଅର୍ଥ ପଡ଼ିବା ପରେ ଗାଁ ସାଥୀ ଭବାନୀ ପାଟଣା ଷ୍ଟାଚ୍ୟୁ ଛକ ନିକଟ ରେ ଥିବା କୌଣସି ଏକ ATM କାଉଣ୍ଟର ରୁ ସମସ୍ତ ଟଙ୍କା ଉଠାଇ କିଛି ଶ୍ରମିକ ମାନଙ୍କୁ ଦେଇ ହରିଲୁଟ ଚଳାଇ ଥିବା ଅଭିଯୋଗ ହେଉଛି । ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ଏ ସମ୍ପର୍କ ରେ ଉଚ୍ଚ ସ୍ତରୀୟ ତଦନ୍ତ କଲେ ଶ୍ରମିକ ଶୋଷଣ ଓ ତାଙ୍କ ନାଁ ରେ ଜାଲିଆତି କରି ହରିଲୁଟ କରୁଥିବା ସମ୍ପର୍କ ରେ ଅନେକ ଗୁମର ଫିଟିବ। ଏ ପରି ଏକ ସୁଚିନ୍ତିତ NREGA ଅର୍ଥ ହରିଲୁଟ ସମ୍ପର୍କ ରେ ବ୍ୟାପକ ତଦନ୍ତ ପାଇଁ ବିଭିନ୍ନ ମହଲ ରୁ ଦାବୀ ହେଉଛି । ଏଠାରେ ସୂଚନା ଯୋଗ୍ୟ ଯେ, ସରକାର ଙ୍କ ସୁଭଦ୍ରା ଯୋଜନା ରେ ବ୍ୟାଙ୍କ ଆକାଉଣ୍ଟ ରେ ପଡୁଥିବା ଅର୍ଥ ମଧ୍ୟ ATM ଜରିଆରେ ହିତାଧିକାରୀ ଙ୍କ ଅଜାଣତ ରେ ଉଠେଇ ନେଉଥିବା ମଧ୍ୟ ଅଭିଯୋଗ ହେଉଛି ।
"ତର୍ଜମା ନ୍ୟୁଜ"



Post a Comment